ଆଜିର ଇଣ୍ଟରନେଟ ଯୁଗରେ ଲୋକେ ଲୋକେ ଏତେ ମାତ୍ରରେ ମୋବାଇଲ ସହିତ ଅଭ୍ୟସ୍ତ ଯେ ଗୋଟେ ମିନିଟ ବି ଫୋନ କୁ ଛାଡି ରହିବା ମୁସ୍କିଲ। ସେସବୁ ତ ଛାଡ଼ ଆପଣ ମାନେ ତ ଜାଣିଥିବେ ମେସିଜିଙ୍ଗ ଆପ ଗୁଡିକର ବ୍ୟବହାର କେତେ ମାତ୍ରାରେ କରାଯାଉଛି। ଯାହାକୁ ଦେଖ ହ୍ୟାଟ୍ସଆପ ଫେସବୁକ।ମାତ୍ର ଏବେ ମେସେଜିଂ ଆପ୍ ହ୍ବାଟସ୍ଆପ୍ ଏକ ନୂଆ ଘୋଷଣା କରିଛି। ଏହି ଘୋଷଣା ଅନୁସାରେ ପ୍ରାଇଭେସି ପଲିସିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏଥିନେଇ କମ୍ପାନୀ ପକ୍ଷରୁ କୋର୍ଟରେ ଅପିଲ କରାଯାଇଛି। ଯେଉଁ ୟୁଜର ପ୍ରାଇଭେସି ପଲିସି ସ୍ବୀକାର କରିବେ ନାହିଁ ସେମାନଙ୍କ ଆକାଉଣ୍ଟ ଧିରେଧିରେ ଡିଲିଟ କରିବ କମ୍ପାନୀ।
ଏନେଇ କମ୍ପାନୀ ପକ୍ଷର ଓକିଲ କପିଲ ସିବଲ ସୋମବାର ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି। ପ୍ରଇଭେସି ପଲିସି ସ୍ବୀକାର କରିବା ପାଇଁ ୟୁଜର୍ସଙ୍କୁ ପଚରାଯାଇଛି। ଯଦି ୟୁଜର୍ସ ଏନେଇ ସହମତ ନହେବେ ତେବେ ସେମାନଙ୍କ ହ୍ବାଟସ୍ଆପ୍ ଡିଲିଟ୍ କରାଯିବ। ଏହି ପଲିସକୁ ସ୍ଥଗିତ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି। ପ୍ରାଇଭେସି ପଲିସି ସ୍ବୀକାର କରିବାକୁ ନେଇ କମ୍ପାନୀର ବାଧ୍ୟବାଧକତାକୁ ଜୋରଦାର ବିରୋଧ କରାଯାଇଥିଲା। ଜାନୁଆରୀରେ ଏହି ପଲିସକୁ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା।
ନୂଆ ପଲିସି ଅନୁସାରେ ହ୍ବାଟସ୍ଆପ୍ ନିଜ ୟୁଜରଙ୍କ କିଛି ଡାଟା ପ୍ୟାରେଣ୍ଟ କମ୍ପାନୀ ଫେସବୁକ୍ ସହ ସେୟାର କରିପାରିବ। ଏବେ ଏହି ମାମଲାର ଶୁଣାଣିକୁ କୋର୍ଟ ୩ ଜୁନ୍ ଯାଏ ଘୁଞ୍ଚାଇ ଦେଇଛନ୍ତି। ଶୁଣାଣି ଉପରେ ରୋକକୁ ନେଇ କମ୍ପାନୀ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି। ସୀମା ସିଂହ ଏବଂ ଲ’ ଛାତ୍ର ଚୈତନ୍ୟ ରୋହିଲ୍ଲାଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ସମୟରେ ହ୍ବାଟସ୍ଆପ୍ ପକ୍ଷରୁ ଏହା କୁହାଯାଇଛି। ଆବେଦନକାରୀଙ୍କ ଦାବି ହେଉଛି କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ଯେ, ହ୍ବାଟସ୍ଆପ୍ ଏହି ପଲିସିକୁ ପ୍ରତ୍ୟାହାର କରିବାକୁ ଯାଉଛି।
ଯଦି ଏମିତି ନହୁଏ ତେବେ ୟୁଜର୍ସଙ୍କୁ ବିକଳ୍ପ ଦିଆଯାଉ ବୋଲି ଦୁଇ ଆବେଦନକାରୀ ଦାବି କରିଛନ୍ତି। ପ୍ରାଇଭେସି ପଲିସିକୁ ନେଇ ବିରୋଧ ହେବା ପରେ କମ୍ପାନୀ ଏହାକୁ ପ୍ରତ୍ୟାହାର କରିନେଇଥିଲା। କିନ୍ତୁ ଫେବୃଆରୀରେ ନିଜ ନିଷ୍ପତ୍ତିରେ ଅଡ଼ି ବସିଥିଲା ହ୍ବାଟସ୍ଆପ୍। ଏପରିକି ପଲିସି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ପାନୀକୁ ଚିଠି କରାଯାଇଥିଲା। ଏହା ସତ୍ବେ ହ୍ବାଟସ୍ଆପ୍ ନିଷ୍ପତ୍ତି ବଦଳାଇବାକୁ ନାରାଜ ଥିବା ଜଣାପଡ଼ିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।