ମେଦ ବହୁଳତା ସହ ପେଟର ଚର୍ବି ଏବେ ଅଧିକାଂଶ ଲୋକଙ୍କର ଚିନ୍ତା ର କାରଣ. କାଲିଫୋର୍ଣିଆ ଗବେଷକ ରିଚାର୍ଡ ପେଟର ଚର୍ବି କମିବା ପାଇଁ କେତୋଟି ସରଳ ଘରୋଇ ଉପାୟ ଲୋକୋ ଙ୍କୁ ଅବଗତ କରାଇଛନ୍ତି. ନିୟମିତ ରାତିରେ ଶୋଇବାର 1 ଘଣ୍ଟା ପୂର୍ବରୁ ଡାର୍କ ଚକୋଲେଟ ସେକ୍ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ. ଗବେଷକଙ୍କ ମତରେ ଏହି ପାନୀୟରେ ଥିବା ଓଲେଇକ୍ ଏସିଡ୍ ମେଦ କମ୍ କରିଥାଏ. ଏହା କୁ ପ୍ରସ୍ତୁତ କରିବା ପାଇଁ ବଜାରରେ ମିଳୁଥିବା ଲୋ ଫ୍ୟାଟ କ୍ଷୀର ବ୍ୟବହାର କରିବା ଉଚିତ୍. ପ୍ରତିଦିନ ରାତିରେ ସପୁରୀ ଓ ଅଦା ରସ ମିଶାଇ 1 ମାସ ପିଇଲେ ମଧ୍ୟ ଫରକ୍ ଜାଣିହେବ. ଦୈନିକ ଘିକୁଆଁରୀ ରସ ପିଇବା ଦ୍ଵାରା ଶାରୀରିକ ମେଦ ହ୍ରାସ ହୁଏ ଓ ପେଟର ଚର୍ବି କମି ଥାଏ. ସପ୍ତାହକୁ ଅନ୍ତତଃ 2 ଦିନ ସକାଳ ଓ ରାତିରେ ଲେମ୍ବୁ ପାଣି ପିଇବା ଦ୍ଵାରା ପେଟର ମେଦ କମି ଥାଏ. ରାତିର ଭୋଜନ ପରେ 1 କପ୍ ଗ୍ରୀନ ଟି ଦୈନିକ ପିଅନ୍ତୁ. 2 ସପ୍ତାହ ମଧ୍ୟରେ ପେଟର ଚର୍ବି ହ୍ରାସ ହେବ ବୋଲି ଗବେଷକମାନେ ମତ ଦିଅନ୍ତି. ଧନିଆ ପତ୍ର ରସକୁ ଦିନକୁ 2 ଥର ପିଇବା ମଧ୍ୟ ଏହି କ୍ଷେତ୍ରରେ ରେ ଉପକାରୀ...
--------------------------------------------------------------------------------------------ସବୁବେଳେ ହସ ଖୁସିରେ ରୁହନ୍ତୁ................ ଧନ୍ୟ ବାଦ
Fb-ଓଡ଼ିଆ ରେ ଜ୍ଞାନ /odiare.gyanaTwitter - @JBG5HfUbOtgViXc
ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତଳେ comment ରେ ଲେଖନ୍ତୁ. ନିଶ୍ଚିତ ଆପଣଙ୍କ comment ର article ଆପଣଙ୍କ ପାଖରେ ପହଞ୍ଚିବ |.......
