https://pagead2.googlesyndication.com/pagead/js/adsbygoogle.js?client=ca-pubxxx "ଏଣ୍ଡୋସ୍ପାଇନ୍ " ନୂତନ ଚିକିତ୍ସା ଅଣ୍ଟାବ୍ୟଥାର
Type Here to Get Search Results !

"ଏଣ୍ଡୋସ୍ପାଇନ୍ " ନୂତନ ଚିକିତ୍ସା ଅଣ୍ଟାବ୍ୟଥାର

 ଅଣ୍ଟା ବ୍ୟଥା ସାଧାରଣତଃ 2 ଟି କାରଣରୁ ହୋଇଥାଏ.



 ପ୍ରଥମ ମେରୁଦଣ୍ଡ ର ଦୁଇ ହାଡ଼ ମଝିରେ ରହି ସକ୍ଅବ୍ଜରବ୍ ଭଳି କାମ କରୁଥିବା ଡିସ୍କ କୌଣସି କାରଣରୁ ଖସିଗଲେ, ଏହାକୁ ଡିସ୍କ ସ୍ଲିପ୍ କହନ୍ତି. ସାଧାରଣତଃ କମ୍ ବୟସରେ ଲୋକୋ ଟି ଆଗକୁ ନଇଁ ଭାରି ଜିନିଷ ଟେକିଲା ବେଳେ ଏହି ଭଳି ହୋଇ ଅଣ୍ଟା ବ୍ୟଥା ହୋଇଥାଏ.   


      ଦିତୀୟ ବୟସ ବଢିଲେ ମେରୁଦଣ୍ଡ କେନାଲ ର ବ୍ୟାସାର୍ଦ୍ଧ ଧୀରେ ଧୀରେ କମି ସୁସନ୍ନା କାଣ୍ଡ କୁ ଚାପିଦିଏ. ବିନ୍ଧା ପ୍ରାୟ ଅଣ୍ଟାରୁ ଗୋଡ ଯାଇ ବ୍ୟାପିଯାଏ.

 ଗୋଡ ଝିମ୍ ଝିମ୍ ହୋଇ କାଲୁଆ ପଡି ଯାଏ. ବେଳେ ବେଳେ ଝାଡ଼ା ଓ ପରିସ୍ରା ର ନିୟନ୍ତ୍ରଣ ରହେ ନାହିଁ. ଏହାକୁ ଲମ୍ବର କେନାଲ ଷ୍ଟୋନ୍ସିସ୍ ବା ସିଆଟିକା ବୋଲି କୁହାଯାଏ.

 ମୁକ୍ତି ପାଇବା ପାଇଁ ଏଥିରୁ "ଏଣ୍ଡୋସ୍ପାଇନ୍ " ଏକ ନିର୍ଭର ଯୋଗ୍ୟ ପଦ୍ଧତି. ପେଟରେ ହୋଉଥିବା ଲାପ୍ରୋସ୍କୋପିକ୍ ବା ଆଣ୍ଠୁରେ ହେଉଥିବା ଅର୍ଥସ୍କୋପିକ୍ ଯନ୍ତ୍ର ଭଳି ଗୋଟିଏ କଣା ସାହାଯ୍ୟରେ କରାଯାଏ. 15mm ଲମ୍ବର ଛୋଟ ରନ୍ଧ୍ର ସାହାଯ୍ୟ ରେ ଅପରେସନ କରାଯାଇଥାଏ. ଷ୍ଟିଚ୍ ର ଆବଶ୍ୟାକ ପଡ଼ିନଥାଏ. 25 ରୁ 30 ମିନଟ୍ ଭିତରେ ଅପରେଶନ ଶେଷ ହୁଏ. ଅପରେସନ ର 4 ଘଣ୍ଟା ପରେ ରୋଗୀ ଚାଲି ବୁଲି ପାରେ. ଏହି ଟେଲିସ୍କୋପିକ୍ ଯନ୍ତ୍ର କୁ ଫ୍ରାନସ୍ ର ଡାକ୍ତର ଡକ୍ଟର ଜିନ୍ ଡେସ୍ଟାଣ୍ଡ ଉଦ୍ଭାବନ କରିଛନ୍ତି.


 ଏହି ଜନ୍ତ୍ର ଟି ଛୋଟ ନଳୀ ଭଳି. 4 ଟି ରନ୍ଧ୍ର ଥାଏ ପ୍ରଥମ ରନ୍ଧ୍ର ରେ 4mm ବ୍ୟାସାର୍ଦ୍ଧ ଟେଲିସ୍କୋପ୍ ଖଞ୍ଜା ଯାଇ ଥାଏ. ପରେ ଦୁଇ ହାଡ଼ ମଧ୍ଯ କୁ ପ୍ରବେଶ କରା ଯାଏ. ମନିଟର ସାହାଯ୍ୟରେ ଦେଖା ଯାଇଥାଏ. ଦ୍ଵିତୀୟ ରନ୍ଧ୍ର ରେ 4mm ସଙ୍କୀ ନଳୀ ପ୍ରବେଶ କରା ଯାଇଥାଏ. ଅପରେସନ ବେଳେ ଯାହାବି ରକ୍ତ ବାହାରି ଥାଏ ଏ ହି ପଟେ ପରିଷ୍କାର କରାଯାଇଥାଏ.

ତୃତୀୟ ରନ୍ଧ୍ର ରେ ଅନ୍ୟ ଯନ୍ତ୍ର ଖଞ୍ଜା ଯାଇଥାଏ ଯାହା ସ୍ନାୟୁ କୁ ଅପରେସନ୍ ହେବା ପର୍ଯ୍ୟନ୍ତ ଆଲଗା ରଖେ. ମେରୁଦଣ୍ଡ ଅପରେସନ ବେଳେ ପାରାଲିସିସ୍ ର ସମସ୍ୟାକୁ ଏ ଜନ୍ତ୍ର ଏଡାଇ ଦେଇଥାଇପାରେ. ଡକ୍ଟର ପି ସି ଦେ ଫ୍ରାନ୍ ଯାଇ ଶିକ୍ଷା ଲାଭ କରି ଓଡିଶା ରେ ହଜାରୁ ଉର୍ଦ୍ଧ୍ବ ଲୋକୋ ଙ୍କୁ ସୁସ୍ଥ କରି ସାରିଛନ୍ତି.

ଏ ଥିଲା କିଛି ଟିପ୍ପଣୀ ଏଣ୍ଡୋସ୍ପାଇନ୍ ଚିକିତ୍ସା ର.


*ସମାଜରେ ବିଭିନ୍ନ ବର୍ଗର ଲୋକୋ ଙ୍କୁ ଅଣ୍ଟା ବ୍ୟଥା ର ସମସ୍ୟା ଦେଖା ଦେଇଥାଏ. ଦିନକୁ ଦିନ ବଢିବାରେ ଲାଗିଛି. ଏ ସବୁରୁ ମୁକ୍ତି ପାଇବା ପାଇଁ ଏ ପଦ୍ଧତି ନିର୍ଭର ଯୋଗ୍ୟ ଭାବରେ ନିଆ ଯାଇପାରେ..




ସବୁବେଳେ ହସ ଖୁସିରେ ରୁହନ୍ତୁ................ ଧନ୍ୟ ବାଦ 
Fb-ଓଡ଼ିଆ ରେ ଜ୍ଞାନ /odiare.gyana
Twitter - @JBG5HfUbOtgViXc

ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତଳେ comment ରେ ଲେଖନ୍ତୁ. ନିଶ୍ଚିତ ଆପଣଙ୍କ comment ର article ଆପଣଙ୍କ ପାଖରେ ପହଞ୍ଚାଇବା....... 


Post a Comment

0 Comments