ଅଧିକାଂଶ ସମୟରେ ଘୁଙ୍ଗୁଡ଼ି କୁ ଖାମଖିଆଲି ଭାବରେ ନେଇଥାନ୍ତି. ଏଥି ପାଇଁ କାହା ପାଖରେ ଶୋଇବାକୁ ଆମ ପାଇଁ ଅସୁବିଧା ହୋଇଥାଇପାରେ. ନାକ ପୀଡା, ଆଲର୍ଜି, ଜିଭ ମୋଟା ହେବା ଅଧିକା ଧୂମପାନର ମଦ୍ୟ ପାନ ସେବନ ଦ୍ଵାର ଘୁଙ୍ଗୁଡ଼ି ହୋଇଥାଏ. ଶୋଇବାର ପରିବର୍ତ୍ତନ ରେ ମଧ୍ୟ ଘୁଙ୍ଗୁଡ଼ି ହେବାର କାରଣ.
ତେବେ ଘୁଙ୍ଗୁଡ଼ି କିପରି ଦୁରେଇ ରହିବେ
ପ୍ରଚୁର ପାଣି ପିଅନ୍ତୁ
ଶରିରର ଜଳୀୟ ଅଂଶ କମ୍ ରହିବା କାରଣରୁ ଘୁଙ୍ଗୁଡ଼ି ଅଭ୍ୟାସ ହୋଇଥାଏ. ତେଣୁ ଶରୀର କୁ ସୁସ୍ଥ ସବଳ ଓ ଘୁଙ୍ଗୁଡ଼ି ରୁ ଦୂରେଇବା ପାଇଁ ପାଣି ପ୍ରଚୁର ପିଅନ୍ତୁ.
ମନ କୁ ଶାନ୍ତ ରଖନ୍ତୁ
ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିବାର ଅଭ୍ୟସ୍ତ ତେଣୁ ମନକୁ ଶାନ୍ତ ଓ ମସ୍ତିଷ୍କ କୁ ବାହାର ଚିନ୍ତାରୁ ମୁକ୍ତ ରଖନ୍ତୁ. ଏହା କରିବା ଦ୍ୱାରା ଏହି ଭଳି ବଦ ଅଭ୍ୟାସ ରୁ ମୁକ୍ତି ପାଇବେ.
କଡ଼େଇ କରି ଶୋଇପଡ଼
ଚିତ୍ ହୋଇ ଶୋଇବା ଦ୍ଵାରା ଘୁଙ୍ଗୁଡ଼ି ବେଶୀ ପରିମାଣରେ ହୋଇଥାଏ ତେଣୁ ବାମକୁ ନହେଲେ ଡାହାଣକୁ କଡ଼େଇ ହୋଇ ଶୋଇବା ଦରକାର.
ଲୁଣ କମ୍ କରନ୍ତୁ
ଘୁଙ୍ଗୁଡ଼ି ଅଧିକା ହୋଇଥିଲେ ଖାଦ୍ୟରେ ଲୁଣ ର ମାତ୍ରା କମ୍ କରନ୍ତୁ,ଯାହାଫଳରେ ଗଳା ସମସ୍ୟା ମୁକ୍ତି ମିଳିଥାଏ ଓ ଘୁଙ୍ଗୁଡ଼ି କମିଯାଇଥାଏ.
ଓଜନ ହ୍ରାସ କରନ୍ତୁ
ଯେଉଁ ଲୋକୋ ମାନେ ମୋଟା ହେଇଥାନ୍ତି ସେମାନଙ୍କ ଗଳାରେ ଥିବା କୋଶୀକା ମୋଟା ହୋଇ ଯାଇଥାଏ ଫଳରେ ଘୁଙ୍ଗୁଡ଼ି ସ୍ରୁଷ୍ଟି ହୋଇଥାଏ. ସେଥି ନିମନ୍ତେ ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ.
ଧୂମ୍ରପାନ ରୁ ଦୁରେଇ ରୁହନ୍ତୁ
ଯେଉଁ ଲୋକମାନେ ଧୁମପାନ କରିଥାନ୍ତି, ସେମାନଙ୍କ ବାୟୁ ମାର୍ଗର ଝିଲି ରେ ସମସ୍ୟା ଦେଖା ଯାଇ ଥାଏ,ଫଳରେ ନାକ ଓ ଗଳାରେ ପବନ ପ୍ରବାହିତ ହେବା ବନ୍ଦ ହୋଇଯାଏ. ସେଥିପାଇଁ ଘୁଙ୍ଗୁଡ଼ି ହୋଇଥାଏ. ଯଥା ସମ୍ଭବ ଧୂମପାନ ରୁ ଦୁରେଇ ରୁହନ୍ତୁ.
---------------------------------------------------------------------------------------------------------------------------------------------------------------------------------------------------------------------------------------------------------
Thank you:-