ଆଜିର ସମୟରେ ପ୍ରାୟତ ଅଧିକାଂଶ ଚିକିତ୍ସାଳୟରେ ଉନ୍ନତ ପ୍ରଣାଳୀର ଚିକିତ୍ସା କରା ଯାଉଥିବାର ଦେଖା ଯାଉଚି. ପୁରାତନ ଜଡିବୁଟି ଚିକିତ୍ସା ସୀମିତ ହେଉଥିବାର ଅନେକଙ୍କ ଧାରଣ. ପ୍ରକୃତରେ କିନ୍ତୁ ପରିସ୍ଥିତି ସେପରି ନୂହେଁ. ଏକ ବିଂଶ ଶତବ୍ଦୀରେ ମଧ୍ୟ ବିଶ୍ୱର ଅଧିକାଂଶ ସ୍ଥାନରେ ଅଜବ ତଥା ପୁରାତନ ଉପାୟରେ ଚିକିତ୍ସା କରା ଯାଉଛି.
ଇଜପ୍ଟିରେ କେତେଜଣ ବଇଦ ରୋଗୀର ଦାନ୍ତ ବିନ୍ଧାରେ ମୃତ୍ୟୁ ମୂଷା ର ପେସ୍ଟ ଲାଗିଥାନ୍ତି. ସେଠାରେ ବୟସ୍କ ଲୋକ ଙ୍କ ସହ ଯୁବ ପିଢି ମଧ୍ୟ ଏଇଭଳି ଚିକିତ୍ସା କରାଇବାରେ ଆଦୌ ଦ୍ୱିଧା ପ୍ରକାଶ କରୁନଥିବା ର ଜଣାପଡିଛି ଏହିପରି ପ୍ରକ୍ରିୟାର ଚିକିତ୍ସା ଇଂଲାଣ୍ଡ ର କେତୋଟି ଗ୍ରାମରେ ହୋଇଥାଏ.
ଚୀନ୍ ର ପାଣିରେ ରହୁଥିବା ସାପକୁ ଧରି ଆଣ୍ଠୁ ଗଣ୍ଠି ଚିକିସ୍ଥା ପାଇଁ ବ୍ୟବହୃତ ହୋଇଥାଏ. 1900 ମସିହା ବେଳୁ ଆରମ୍ଭ ହୋଇଥିବା
ଏହି ଚିକିତ୍ସା ପଦ୍ଧତି ଆଜି ମଧ୍ୟ ଚାଲୁଛି. ସାପଗୁଡ଼ିକ ବ୍ୟବହାର କରି ଏକ ପ୍ରକାର ର ତେଲ ପ୍ରସ୍ତୁତ କରାଯାଇଥାଏ. ଏହି ତେଲ ମାଲିସ୍ ଦ୍ଵାରା ଲୋକଟିର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ପାଇଥାଏ
ଅଷ୍ଟ୍ରେଲିୟ ଚିକିତ୍ସା ମାନେ କୁମ୍ଭିର ମଳରୁ ଅନେକ ଚିକିତ୍ସା କରିଥାନ୍ତି
ଇୟୁରୋପ୍ ର କେତୋଟି ପ୍ରାନ୍ତରେ 1600 ମସିହାରୁ ଏକ ଚିକିତ୍ସା କରା ଯାଇ ଆସୁଅଛି. ମୃତ ବ୍ୟକ୍ତିର ଶବର ହାଡ଼ ଗୁଣ୍ଡ କରି ଏକ ପାଉଡର ପ୍ରସ୍ତୁତ କରାଯାଇଥାଏ. ଖଣ୍ଡିଆ ଖାବରା ଜାଗାରେ ଲଗେଇଦେଲେ ଉପକାର ମିଳିଥାଏ ବୋଲି ପ୍ରକାଶ କରନ୍ତି. ଆଜି ମଧ୍ୟ ସେଠାରେ ଅଧିକାଂଶ ସ୍ଥାନରେ ଥିବା ଔଷଧ ଦୋକାନରେ ଏହି ପାଉଡର ଉପଲବ୍ଧ..


