ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ଯେତେବେଳେ କରୋନା ସଂକ୍ରମଣ ମାମଲାରେ ହ୍ରାସ ହେବା ଆରମ୍ଭ ହୋଇଥିଲା, ସେତେବେଳେ ଅଧିକାଂଶ ଲୋକ ନିଜ ରୋଗ ପ୍ରତିରୋଧକ ଶକ୍ତି ପ୍ରତି ଧ୍ୟାନ ଦେବା ମଧ୍ୟ ବନ୍ଦ କରିଦେଇଥିଲେ, ଯେତେବେଳେ କି ସମସ୍ତେ ଏହା ପୂର୍ବରୁ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାକୁ ଚେଷ୍ଟା କରୁଥିଲେ ଯେପରିକି କରୋନା କିମ୍ବା ଅନ୍ୟାନ୍ୟ ପ୍ରକାର ସଂକ୍ରମଣଠାରୁ ରକ୍ଷା ପାଇବେ | କିନ୍ତୁ ବର୍ତ୍ତମାନ ପୁଣି ଥରେ ଲୋକମାନେ ଏହା ପ୍ରତି ଧ୍ୟାନ ଦେବା ଆରମ୍ଭ କରିଦେଇଛନ୍ତି ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାପାଇଁ ବିଭିନ୍ନ ପ୍ରକାରର ଡ୍ରିଂକ୍ସ ସେବନ କରୁଛନ୍ତି | ତେବେ ଏଠାରେ ଧ୍ୟାନ ଦେବା ଜରୁରୀ ଯେ ସବୁ ପ୍ରକାରର ଡ୍ରିଂକ୍ସ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରିପାରିବ ନାହିଁ | ଆସନ୍ତୁ ଜାଣିବା ଏପରି କିଛି ଡ୍ରିଂକ୍ସ ବିଷୟରେ, ଯାହାକୁ ଏହି କରୋନା ସମୟରେ ସେବନ ନ କରିବା ବହୁତ ଭଲ, କାରଣ ତାହା ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ ମଧ୍ୟ କରିପାରେ |

ସୋଡା ପାଣି ଠାରୁ ଦୂରେଇ ରୁହନ୍ତୁ :-
ଭାରତରେ ଏହା ସାଧାରଣତ ମିଳୁଥିବା ପାନୀୟ ଅଟେ, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି | ବାସ୍ତବରେ, ଲୋକମାନେ ଭାବନ୍ତି ଯେ ସୋଡା ପାଣି ପେଟର ଉତ୍ତାପକୁ ଥଣ୍ଡା କରିଥାଏ, କିନ୍ତୁ ବୋଧହୁଏ ସେମାନେ ଜାଣିନଥାନ୍ତି ଯେ ଏହାର ସେବନ ଦ୍ୱାରା ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇପାରେ | ଏହାର ନିୟମିତ ସେବନ ଦ୍ୱାରା ହଜମ ପ୍ରକ୍ରିୟାକୁ ନଷ୍ଟ କରିପାରେ ଏବଂ ଲିଭର ଏବଂ ଅନ୍ତନଳୀକୁ ମଧ୍ୟ କ୍ଷତି ପହଞ୍ଚାଇପାରେ | ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ | ତେଣୁ, ଏହି କରୋନା ସମୟରେ ସୋଡା ପାଣିଠାରୁ ଦୁରେଇ ରହିବା ଆବଶ୍ୟକ |
ମଦ୍ୟପାନ ମଧ୍ୟ ହ୍ରାସ କରିପାରେ ରୋଗ ପ୍ରତିରୋଧକ ଶକ୍ତି :-
କରୋନା ଭାଇରସ ଯୁଦ୍ଧରେ ମଦ୍ୟପାନ କ୍ଷତି ପହଞ୍ଚାଇପାରେ | ପ୍ରତିଦିନ ଆଲକୋହଲ ସେବନ କରିବାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି କମିବାର ସମ୍ଭାବନା ଅଧିକ ରହିଥାଏ ଏବଂ ଏହାଦ୍ୱାରା ସଂକ୍ରମଣ ହେବାର ସମ୍ଭାବନା ବଢିଯାଏ | ଏହାବ୍ୟତୀତ ମଦ ଶରୀରରେ ଆହୁରି ଅନେକ ସମସ୍ୟାର କାରଣ ହୋଇପାରେ | ତେଣୁ ଆପଣଙ୍କ ପାଇଁ ଭଲ ହେବ ଯେ ମଦ୍ୟପାନ କରନ୍ତୁ ନାହିଁ |
କଫି ମଧ୍ୟ ହ୍ରାସ କରିପାରେ ରୋଗ ପ୍ରତିରୋଧକ ଶକ୍ତି :-
ସକାଳୁ ସକାଳୁ ହୁଏତ ଆପଣଙ୍କୁ ମଧ୍ୟ କଫି ପିଇବାକୁ ଭଲ ଲାଗୁଥିବ | ଏହା ଆପଣଙ୍କୁ ସତେଜତାର ଅନୁଭବ ଦେଇପାରେ, କିନ୍ତୁ ଯେହେତୁ ଏହା କଫିନ ଯୁକ୍ତ ଅଟେ, ତେଣୁ ଏହାର ଅତ୍ୟଧିକ ସେବନ ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇପାରେ | ବାସ୍ତବରେ, କଫିନ ରୋଗ ପ୍ରତିରୋଧକ ଶକ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ, ତେଣୁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ | ତେଣୁ ଏହା ଜରୁରୀ ଅଟେ ଯେ ଆପଣ କଫିକୁ କମ ମାତ୍ରାରେ ସେବନ କରନ୍ତୁ ଏବଂ ଯଦି ସୁବିଧା ହୁଏ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ଚା ମଧ୍ୟ ଇମ୍ୟୁନିଟିକୁ କରିପାରେ ଦୁର୍ବଳ :-
ଆପଣଙ୍କୁ ହୁଏତ ଜଣାନାହିଁ, କିନ୍ତୁ କଫି ଭଳି ଚା ମଧ୍ୟ ଏକ କଫିନ ଯୁକ୍ତ ଡ୍ରିଙ୍କ ଅଟେ, ଯାହାର ଅଧିକ ମାତ୍ରାର ସେବନ ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଇପାରେ | ତେଣୁ ଏହା ଭଲ ହେବ ଯେ ନିଜର ଇମ୍ୟୁନିଟି ବା ରୋଗ ପ୍ରତିଷେଧକ ଶକ୍ତିକୁ ମଜବୁତ ରଖିବାପାଇଁ ଚାକୁ ସୀମିତ ମାତ୍ରାରେ ହିଁ ସେବନ କରନ୍ତୁ |
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ
bit.ly/3gB9f7cketo