ଏକ ବିଂଶ ଶତାବ୍ଦୀରେ ମଧ୍ୟ ଅଧେ ଲୋକୋ ରକ୍ତ ଦାନ ନିମନ୍ତେ ପଛ ଘୁଞ୍ଚା ଦେଇଥାନ୍ତି. କାରଣ ଲୋକୋ ଙ୍କ ମାନସିକତା ଯେ ସେମାନଙ୍କ ଶରୀର ରୁ ରକ୍ତ ଚାଲିଗଲେ ଅସୁସ୍ଥ ହେବେ. ଏକ ସର୍ବେକ୍ଷଣରୁ ପ୍ରକାଶ ଯେ କେବଳ ଜାପାନ ଲୋକୋ ନିୟମିତ ବ୍ୟବଧାନରେ ରକ୍ତ ଦାନ କରିଥାନ୍ତି. ଏଠାରେ ପିଲାମାନେ ବିଦ୍ୟାଳୟରେ ପଢିବା ବେଳକୁ ହିଁ ରକ୍ତ ଦାନର ଉପକାରିତା ବିଷୟରେ ଅବଗତ ହୁଅନ୍ତି. ଆମେରିକା ପରି ଅଗ୍ରଣୀ ରାଷ୍ଟ୍ର ର ଯୁବପିଢ଼ି ରକ୍ତ ଦାନ କରିବାକୁ ସେତେଟା ଆଗ୍ରହୀ ନୂହେଁ ବୋଲି ପ୍ରକାଶ. ରକ୍ତ ଦାନ କରିବା ଶରିରର ପାଇଁ ମଧ୍ୟ ଉତ୍ତମଃ ପକ୍ରିୟା ବୋଲି ଗବେଷକମାନେ ମତ ଦିଅନ୍ତି.
-ରକ୍ତ ଦାନ ଦ୍ଵାରା ଶରୀରରେ ଲୌହର ପରିମାଣ ସନ୍ତୁଳିତ ହୋଇ ରୁହେ. ରକ୍ତ ଦାନ କଲେ ହେମୋକ୍ରୋମାଟିସ୍ ନାମକ ରୋଗରୁ ରକ୍ଷା ମିଳି ଥାଏ
ବିଶେଷଜ୍ଞ ଙ୍କ ମତରେ ଶରୀରରେ ଅଧିକ ଲୌହ ଜମା ହେବା କାରଣରୁ ହୃଦଘାତ ଓ ଯକୃତରେ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇନପାରେ. ନିୟମିତ ବ୍ୟାବଧାନରେ ରକ୍ତ ଦାନ କଲେ ଏହି ସବୁରୁ ରକ୍ଷା ମିଳେ
ରକ୍ତ ଦାନ ଦ୍ଵାରା ରକ୍ତରେ ନୂଆ ଟିସୁ ହେଉଥିବାରୁ କର୍କଟ ରୋଗ ହେବାର ଆସ ଙ୍କା ବହୁତ୍ କମ୍.
ରକ୍ତ ଦାନ କରୁଥିବା ବ୍ୟକ୍ତିଙ୍କ ରକ୍ତ ସଞ୍ଚାଳନ ଉତ୍ତମ୍ ଭାବରେ ହୋଇଥାଏ.
ନୂତନ କୋଷ ଗଠନ ହୋଉଥିବା ରୁ ସ୍ୱାସ୍ଥ୍ୟ ଭଲ ରହି ଥାଏ.
ନିୟମିତ ବ୍ୟବଧାନରେ ରକ୍ତ ଦାନ କରୁଥିବା ଲୋକୋ ଙ୍କ କୋଲେଷ୍ଟରଲ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ରହିବାର ବିଶେଷଜ୍ଞ ମତ
ରକ୍ତ ଦାନ କରୁଥିବା ବ୍ୟକ୍ତି ଙ୍କ ଶରୀରରେ କୋଲେଷ୍ଟେରଲ୍ ଜମି ନଥାଏ.
ରକ୍ତଦାନ କଲେ ରକ୍ତକୁ ବିଭିନ୍ନ ପରୀକ୍ଷା କରାଯାଇ ଥାଏ ଏହି ସମୟରେ ଅନ୍ୟନ ରୋଗ କୁ ମଧ୍ୟ ସହଜରେ ଚିହ୍ନଟ କରାଯାଇ ଥାଏ.

