ସର୍ବେକ୍ଷଣ ରୁ ଜଣା ପଡିଛି ପ୍ରତି 15 ଜଣ ରେ 2 ଜଣ ନିଦ୍ର ହୀନତା ରେ ଆକ୍ରାନ୍ତ ହୁଅନ୍ତି. ଗତ କିଛି ବର୍ଷ ମଧ୍ୟରେ ଭାରତରେ ଏହି ପୀଡିତ ଙ୍କ ସଂଖ୍ଯା ବଢିବାରେ ଲାଗିଛି. ପୁରୁଷଙ୍କ ଅପେକ୍ଷା ମହିଳା ଙ୍କ ସଂଖ୍ୟା ଏଥିରେ ଅଧିକା.
ଏହା ର କାରଣ :
ଅସମୟରେ ଖାଦ୍ୟ ପାନୀୟ ଜଳର ସେବନ
ଦୈନଦିନ ଜୀବନ ର କାର୍ଯ୍ୟ କଳାପ ସଠିକ ରେ ନ କରିବା
ଜଙ୍କ ଫୁଡ୍ ଖାଦ୍ୟ ଖାଇବା ଦ୍ୱାରା
ଇଲେକ୍ଟ୍ରୋନିକ୍ସ ଗାଜେଟ ରେ ଅତ୍ୟାଧିକ ସମୟ ଅତିବାହିତ କରିବା
କୌଣସି କଥାକୁ କିମ୍ବା ଆଖି ଆଗରେ ଘଟିଥିବା ଘଟଣା ମାଇଣ୍ଡ ଭିତରେ ବାରମ୍ବାର ଆଣିବା ଦ୍ଵାରା.
କ୍ଷତି :-
ଆଜି ପର୍ଯ୍ୟନ ବୈଜ୍ଞାନିକ ମାନେ ଜାଣିନାହାନ୍ତି ଆମକୁ ନିଦ କଣ ପାଇଁ ହୋଇଥାଏ. ହେଲେବି କିଛି ଗବେଷଣା ମାଧ୍ୟମରେ ଜଣା ପଡିଚି ଶୋଇବା ଦ୍ଵାରା ଆମର ଶରୀର ପୁନର୍ବାର ସକ୍ରିୟ ହୋଇଥାଏ. ଯେମିତି ଫୋନର ଚାର୍ଜର ଭଳି. ଶୋଇବା ଦ୍ଵାରା ଆମ ମସ୍ତିସ୍କ ରେ ଆମର ବ୍ରେନ ମୁଣ୍ଡ ଭିତରେ ଥିବା ଖରାପ ଚିନ୍ତା ଧାରାକୁ କାଟିଥାଏ. ନୂତନ କୋଷ ତିଆରି କରିଥାଏ.
ସ୍ମରଣ ଶକ୍ତି ହାନି ହେବା
ଚିଡ଼ଚିଡ୍ ହେବ
ଉତେଜିତ୍ତ ହେବା
କାମରେ ପଢାରେ ମନ ନ ଲାଗିବା
ସଠିକ କାର୍ଯ୍ୟ କୁ ଜାଣି ନ ପାରିବା
ଉଚ ରକ୍ତ ଚାପ
କିଡ୍ନୀ ଲିଭର ଉପରେ ପ୍ରଭାବ
ମଣିଷ ପାଗଳ ଦିଗକୁ ଗତିକରିବା ମଧ୍ୟ ସମ୍ଭବ
ଘରୋଇ ଉପଚାରରେ ଏ ନିଦ୍ରା ସମସ୍ୟା ଦୂର କରିହେବ ବୋଲି ଜଣା ପଡିଛି..
ଉପଚାର :-
ସବୁଦିନ ରାତିରେ ଶୋଇବା ର 1 ଘଣ୍ଟା ପୂର୍ବରୁ ଉଷୁମ କ୍ଷୀର 1 ଗ୍ଲାସ ଦ୍ଵାରା ସେଥିରେ ଥିବା ମେଲାଟୋନିନ୍ ଓ ଟ୍ରିପଟୋଫାନ୍ ପୋଷକ ତତ୍ତ୍ଵ ନିଦ ପାଇଁ ସହାୟକ ହୋଇଥାଏ.
ରାତିରେ ଶୋଇବା ପୂର୍ବରୁ ହର୍ବଲ ଚାହା ପିଇଲେ ମଧ୍ୟ ନିଦ ପାଇଁ ଉପକାରୀ
ଗବେଷକଙ୍କ ମତ ଦ୍ଵାରା 4-5 ଟି ପେସ୍ତ ା ବାଦାମ ଖାଇଲେ ମଧ୍ୟ ନିଦ ଆସିଥାଏ
ରାତ୍ରି ଭୋଜନରେ କଦଳୀ 1 କିମ୍ବା 2 ଟି ଖାଇଲେ ନିଦ ପାଇଁ ଉତ୍ତମ, ଏଥିରେ ଥିବା ଭିଟାମିନ ବି 6,ପୋଟାସିୟମ୍ ଓ ମ୍ୟାଗନେସିୟମ ଥକାପଣ କୁ ଦୂର କରେ.
ବିଶେଷଜ୍ଞ ମତରେ ରାତିରେ ଖାଇ ସାରିଲା ପରେ 1 ଚାମୁଚ୍ ଶୁଦ୍ଧ ମହୁ ଖାଇବା ଦ୍ୱାରା ନିଦ ଆସି ଥା ଏ,
#ଏ ଥିଲା କିଛି ଘରୋଇ ଉପଚାର, ତାହା ବ୍ୟତୀତ ଯେତେ ପାରିବେ ଭାବନା ଦୁନିଆରୁ ବାହାରି ସ୍ଥିର ଦୁନିଆରେ ରହିବାକୁ ଚେଷ୍ଟା କରିବେ ଯାହା ଫଳରେ ନିଦ୍ରା ଭଲ ଭାବରେ ହେବ.
****************************************************************************************************************************************************
Fb-ଓଡ଼ିଆ ରେ ଜ୍ଞାନ /odiare.gyana
Twitter - @JBG5HfUbOtgViXc